ଶ୍ଳୋକ ରତ୍ନାକରଃ

ଶ୍ଳୋକ ରତ୍ନାକରଃ ।

ଶ୍ରୀ ଗୋବିନ୍ଦ ରଥ

 

ଶ୍ଳୋକ ରତ୍ନାକରଃ ।

ଶ୍ରୀଗଣେଶାୟ ନମଃ ।

ପ୍ରଣମ୍ୟ ସାରଦା ଦେବୀଂ ଶିଶୂନାଂ ହତକାମ୍ୟୟା

ଶ୍ଳୋକ ରତ୍ନାକରୋ ଗ୍ରନ୍ଥଃ ସଂଗ୍ରହଃ କ୍ରିୟତେ ମୟା

। ୧ ।

ମୁଁ ସାରଦାଦେବୀଙ୍କୁ ପ୍ରଣାମ କରି ବାଳକମାନଙ୍କର ହିତେଚ୍ଛାରେ ଏହି ଶ୍ଳୋକରତ୍ନାକର ଗ୍ରନ୍ଥକୁ ସଂଗ୍ରହ କଲି । ୧ ।

କାକସ୍ୟ ଚଞ୍ଚୁର୍ଯଦି ସ୍ୱର୍ଣ୍ଣଯୁକ୍ତା ମାଣିକ୍ୟଯୁକ୍ତୌ ଚରଣୌ ଚ ତସ୍ୟ

ଏକୈକପକ୍ଷେ ଗଜରାଜମୁକ୍ତା ତଥାପି କାକୋ ନଚ ରାଜହଂସଃ

। ୨ ।

କାକର ଚଞ୍ଚୁ ଯଦି ସ୍ୱର୍ଣ୍ଣ ଯୁକ୍ତ ହୁଏ ଏବଂ ଚରଣଦ୍ୱୟ ଯଦି ମାଣିକ୍ୟ ଯୁକ୍ତ ହୁଏ, ପ୍ରତ୍ୟେକ ପକ୍ଷ ଯେବେ ମୁକ୍ତାଯୁକ୍ତ ହୁଏ ତଥାପି ସେ କାକ ରାଜହଂସ ହେବ କି ? । ୨ ।

କାକଃ କୃଷ୍ଣଃ ପିକଃ କୃଷ୍ଣଃ କ୍ୱଭେଦଃ ପିକକାକୟୋଃ

ବସନ୍ତେ ସମୁପାୟାତେ କାକଃ କାକଃ ପିକଃ ପିକଃ

। ୩ ।

କାକ କୃଷ୍ଣବର୍ଣ୍ଣ ଓ ପିକ କୃଷ୍ଣବର୍ଣ୍ଣ ଏ ଦୁହିଙ୍କର ପ୍ରଭେଦ କଣ ? କିନ୍ତୁ ବସନ୍ତସମୟ ଆଗତ ହୁଅନ୍ତେ କାକ ଯେ ସେ କାକ ପିକ ଯେ ସେ ପିକ । ୩ ।

ବରମେକୋ ଗୁଣୀପୁତ୍ରୋ ନ ଚ ମୂର୍ଖଶତୈରପି

ଏକଶ୍ଚନ୍ଦ୍ରସ୍ତମୋ ହନ୍ତି ନ ଚ ତାରାଗଣୈରପି

। ୪ ।

ଗୁଣବାନ୍‌ଗୋଟିଏ ପୁତ୍ର ଜାତ ହେବା ଭଲ କିନ୍ତୁ ମୂର୍ଖ ଶତପୁତ୍ର ହେବା ଭଲ ନୁହେଁ । ଯେପରି ଗୋଟିଏଚନ୍ଦ୍ର ଉଦୟ ହେଲାମାତ୍ରେ ଅନ୍ଧକାର ନଷ୍ଟ ହୁଏ କିନ୍ତୁ ତାରାଗଣଙ୍କଦ୍ୱାରା ଅନ୍ଧକାର ନଷ୍ଟ ହୋଇ ପାରେ ନାହିଁ । ୪ ।

ଯଦଭାବି ନ ତଦ୍ଭାବି ଭାବିଚେନ୍ନ ତଦନ୍ୟଥା

ଇତି ଚିନ୍ତାବିଷଘ୍ନୋଽୟ ମଗଦଃ କିଂ ନ ପୀୟତେ

। ୫ ।

ଯାହା ନ ହେବାର ଥାଏ ତା ନ ହୁଏ, ଯାହା ହେବାର ଥାଏ ତାହା ଅନ୍ୟଥା କେଭେ ହୁଏ ନାହିଁ । ଏହିରୂପ ଚିନ୍ତାବିଷଘ୍ନ ଔଷଧକୁ ମନୁଷ୍ୟମାନେ କାହିଁକି ପାନ କରୁ ନାହାନ୍ତି ? । ୫ ।

ମାତା ଲକ୍ଷ୍ମୀଃ ପିତା ବିଷ୍ଣୁଃ ସ୍ୱୟଂ ଚ ବିଷମାୟୁଧଃ

ତଥାପି ଶମ୍ଭୁନା ଦଗ୍ଧଃ ପ୍ରାକୃତଂ କେନ ଲଙ୍ଘ୍ୟତେ

। ୬ ।

ଯାହାର ମାତା ଲକ୍ଷ୍ମୀ, ପିତା ବିଷ୍ଣୁ, ନିଜେ ବିଷମାୟୁଧ, ଏପରି ଯେ କନ୍ଦର୍ପ ସେ ପୁଣି ଶମ୍ଭୁଙ୍କର କୋପାନଳରେ ଦଗ୍ଧହେଲା ଅହୋ- ପ୍ରାକୃତ ଘଟନାକୁ କେହି ଲଙ୍ଘିପାରନ୍ତି ନାହିଁ । ୬ ।

ମାତୁଳୋ ମାଧବୋ ଯସ୍ୟ ପିତା ଯସ୍ୟ ଧନଞ୍ଜୟଃ

ସ ଶେତେ ସମରେ ଶ୍ରୀମାନଭିମନ୍ୟୁର୍ମହାବଳଃ

। ୭ ।

ଯାହାଙ୍କର ମାମୁ ମାଧବ, ପିତା ଧନଞ୍ଜୟ, ନିଜେ ମହାବଳ ଏପରି ଯେ ଅଭିମନ୍ୟୁ ସେ ପୁଣି ଯୁଦ୍ଧରେ ଶୟନ କଲା । ୭ ।

ଲଲାଟେ ଲିଖିତଂ ଯତ୍ତୁ ଷଷ୍ଠୀ ଜାଗରବାସରେ

ନ ହରିଃ ଶଙ୍କରୋ ବ୍ରହ୍ମା ଚାନ୍ୟଥା କର୍ତ୍ତୁମର୍ହତି

। ୮ ।

ଷଷ୍ଠୀ ଜାଗର ବାସରେ ଷଷ୍ଠୀଦେବୀ ମନୁଷ୍ୟର ଲଲାଟରେ ଯାହା ଲେଖିଯାଇଥାନ୍ତି ତାକୁ ହରି, ଶଙ୍କର, କି ବ୍ରହ୍ମା ଅନ୍ୟଥା କରି ପାରନ୍ତି ନାହିଁ । ୮ ।

ଦୀପନିର୍ବାଣଗନ୍ଧଂ ଚ ସୁହୃଦ୍ବାକ୍ୟମରୁନ୍ଧତୀଂ

ନ ଜିଘ୍ରନ୍ତି ନ ଶୃଣ୍ଵନ୍ତି ନ ପଶ୍ୟନ୍ତି ଗତାୟୁଷଃ

। ୯ ।

ଗତାୟୁ ପ୍ରାଣୀମାନେ ଦୀପନିର୍ବାଣ ଗନ୍ଧକୁ ଆଘ୍ରାଣ କରନ୍ତିନାହିଁ, ମିତ୍ରର ବାକ୍ୟକୁ ଶୁଣନ୍ତି ନାହିଁ, ଅରୁନ୍ଧତୀ ନକ୍ଷତ୍ରକୁ ଦେଖନ୍ତି ନାହିଁ ।।

ପିତା ରକ୍ଷତି କୌମାରେ ଭର୍ତ୍ତା ରକ୍ଷତି ଯୌବନେ

ପୁତ୍ରଶ୍ଚ ସ୍ଥବିରେ ଭାବେ ନ ସ୍ତ୍ରୀ ସ୍ୱାତନ୍ତ୍ର୍ୟ ମର୍ହତି

। ୧୦ ।

ବାଲ୍ୟାବସ୍ଥାରେ ପିତା ରକ୍ଷା କରେ, ଯୌବନାବସ୍ଥାରେ ସ୍ୱାମୀ ରକ୍ଷା କରେ, ବୃଦ୍ଧ ଅବସ୍ଥାରେ ପୁତ୍ର ରକ୍ଷା କରେ ଅତଏବ ସ୍ତ୍ରୀ ସ୍ୱାତନ୍ତ୍ର୍ୟକୁ କଦାପି ପ୍ରାପ୍ତ ହୁଏ ନାହିଁ । ୧୦ ।

ଗୁରୁ ଶୁଶ୍ରୂଷୟା ବିଦ୍ୟା ପୁଷ୍କଳେନ ଧନେନ ବା

ଅଥବା ବିଦ୍ୟୟା ବିଦ୍ୟା ଚତୁର୍ଥୀ ନୋପପଦ୍ୟତେ

। ୧୧ ।

ଗୁରୁଙ୍କୁ ସେବା କରିଲେ ମନୁଷ୍ୟର ବିଦ୍ୟାଲାଭ ହୁଏ, ଅଥବା ବହୁ ଅର୍ଥ ବ୍ୟୟ କଲେ ବିଦ୍ୟାଲାଭ ହୁଏ, କିମ୍ବା ପରକୁ ବିଦ୍ୟା ଦାନ କଲେ ନିଜର ବିଦ୍ୟାଲାଭ ହୁଏ କିନ୍ତୁ ଏହି ତିନିଛଡ଼ା ବିଦ୍ୟା ଲାଭର ଚାରି ଉପାୟ ନାହିଁ । ୧୧ ।

ବିପଦି ଧୈର୍ଯ୍ୟ ମଥାଭ୍ୟୁଦୟେ କ୍ଷମା

 

ସଦସି ବାକ୍ପଟୁତା ଯୁଧି ବିକ୍ରମଃ

ଯଶସି ଚାଭିରୁଚିର୍ବ୍ୟସନଂ ଶ୍ରୁତୌ

 

ପ୍ରକୃତିସିଦ୍ଧମିଦଂହି ମହାତ୍ମନାଂ

। ୧୨ ।

ବିପଦ କାଳରେ ଧୈର୍ଯ୍ୟ, ଅଭ୍ୟୁଦୟରେ କ୍ଷମା, ସଭାରେ ବାକ୍‌ପଟୁତା, ଯୁଦ୍ଧରେ ଶୂରତା, ଯଶରେ ଅଭିଳାଷ, ଶ୍ରୁତିରେ ବ୍ୟସନ ଏ ସମସ୍ତ ମହାତ୍ମାମାନଙ୍କର ପ୍ରକୃତିସିଦ୍ଧ ଅଟେ । ୧୨ ।

ଦରିଦ୍ରାନ୍‌ଭର କୌନ୍ତେୟ ! ମାପ୍ରୟଚ୍ଛେଶ୍ୱରେ ଧନଂ

ବ୍ୟାଧିତସ୍ୟୈାଷଧଂ ପଥ୍ୟଂନୀରୁଜସ୍ୟ କିମୌଷଧୈଃ

। ୧୩ ।

ହେ କୌନ୍ତେୟ ! ତୁମ୍ଭେ ଦରିଦ୍ରମାନଙ୍କୁ ଧନ ଦିଅ, ଧନୀଙ୍କୁ ଧନ ଦିଅ ନାହିଁ । କାରଣ ବ୍ୟାଧି ପୀଡ଼ିତ ଲୋକର ଔଷଧ ପଥ୍ୟ, ନିରୋଗୀ ଲୋକର ଔଷଧ ଦ୍ୱାରା କି ପ୍ରୟୋଜନ । ୧୩ ।

ମାତୃବତ୍‌ପରଦାରେଷୁ ପରଦ୍ରବ୍ୟେଷୁ ଲୋଷ୍ଟ୍ରବତ୍‌

ଆତ୍ମବତ୍‌ ସର୍ବ୍ବଭୂତେଷୁ ଯଃ ପଶ୍ୟତି ସ ପଣ୍ଡିତଃ

। ୧୪ ।

ଯେଉଁ ଲୋକ ପରଦାରାକୁ ମାତା ପରି ଦେଖେ, ପର ଦ୍ରବ୍ୟକୁ ମାଟି ପରି ଜ୍ଞାନ କରେ, ସମସ୍ତ ପ୍ରାଣୀମାନଙ୍କୁ ଆପଣାପରି ମଣେ ସେହି ଲୋକ ପଣ୍ଡିତ । ୧୪ ।

ଉଦ୍ଯୋଗିନଂ ପୁରୁଷସିଂହ ମୂପୈତି ଲକ୍ଷ୍ମୀ-

 

ର୍ଦୈବେନ ଦେୟ ମିତି କାପୁରୁଷା ବଦନ୍ତି

ଦୈବଂ ନିହତ୍ୟ କୁରୁ ପୌରୁଷମାତ୍ମଶକ୍ତ୍ୟା

 

ଯତ୍ନେ କୃତେ ଯଦି ନ ସିଦ୍ଧ୍ୟତି କୋଽତ୍ର ଦୋଷଃ

। ୧୫ ।

ଉଦ୍ଯୋଗୀ ପୁରୁଷକୁ ଲକ୍ଷ୍ମୀ ପ୍ରାପ୍ତ ହୁଏ, ଦୈବ ଦିଏ ଏକଥା କାପୁରୁଷମାନେ କହନ୍ତି ଅତଏବ ଦୈବ ଦିଏ ଏକଥା ଛାଡ଼ି ଆତ୍ମଶକ୍ତିରେ ପୌରୁଷ କର, ଯତ୍ନ କରୁ କରୁ ଯଦି ସିଦ୍ଧି ନ ହେଲା ତେବେ ସେଥିରେ କିଛି ଦୋଷ ନାହିଁ । ୧୫ ।

ଦାନୋପଭୋଗହୀନେନ ଧନେନ ଧନିନୋ ଯଦି

ଭବାମଃ କିଂ ନ ତେନୈବ ଧନେନ ଧନିନୋ ବୟଂ

। ୧୬ ।

ଦାନ ଓ ଉପଭୋଗହୀନ ଧନଦ୍ୱାରା ଲୋକ ଯଦି ଧନୀ ବୋଲାଏ ତେବେ ଆମ୍ଭେମାନେ ସେହି ଧନଦ୍ୱାରା କାହିଁକି ଧନୀ ନ ହେବା ।।

ନ ଗଣସ୍ୟାଗ୍ରତୋ ଗଚ୍ଛେତ୍‌ସିଦ୍ଧେ କାର୍ଯ୍ୟେ ସମଂ ଫଳଂ

ଯଦି କାର୍ଯ୍ୟେ ବିପତ୍ତିଃ ସ୍ୟାନ୍ମୁ ଖରସ୍ତତ୍ର ହନ୍ୟତେ

। ୧୭ ।

କୌଣସି କାର୍ଯ୍ୟରେ ଯେବେ ବହୁ ଲୋକଙ୍କ ସଙ୍ଗରେ ଯାଉଥିବ ତେବେ ସେମାନଙ୍କ ଆଗରେ କଦାପି ଯିବନାହିଁ କାରଣ କାର୍ଯ୍ୟରେ ଯଦି ବ୍ୟାଘାତ ଘଟେ ତେବେ ଅଗ୍ରଗଲୋକକୁ ସମସ୍ତେ ତିରସ୍କାର କରନ୍ତି । ୧୭ ।

ଯତ୍ର ବିଦ୍ୱଜ୍ଜନୋ ନାସ୍ତି ଶ୍ଳାଘ୍ୟସ୍ତତ୍ରାପ୍ଳଧୀରପି

ନିରସ୍ତପାଦପେ ଦେଶେ ଏରଣ୍ଡୋଽଅପି ଦ୍ରୁମାୟତେ

। ୧୮ ।

ଯେଉଁଠାରେ ପଣ୍ଡିତ ଲୋକ ନ ଥାନ୍ତି ସେଠାରେ ଅଳ୍ପବୁଦ୍ଧି ଲୋକ ମଧ୍ୟ ପୂଜା ପାଏ, ଯେପରି ବୃକ୍ଷହୀନ ଦେଶରେ ଗବ ଗଛ ମଧ୍ୟ ବୃକ୍ଷରେ ଗଣିତ ହୁଏ । ୧୮ ।

ସୀମନ୍ତିନୀନାଂ ବରଭୂଷଣଂ କିଂ

 

କାବା ସଦା ଶୋକଜଳେ ନିମଗ୍ନା

ବିଭର୍ତ୍ତି ଶମ୍ଭୁଃ କ୍ୱଚ ଚନ୍ଦ୍ରବିମ୍ବଂ

 

ସିନ୍ଦୂର ବିନ୍ଦୁ ର୍ବିଧବା ଲଲାଟେ

। ୧୯ ।

ସ୍ତ୍ରୀମାନଙ୍କର ଶ୍ରେଷ୍ଠ ଭୂଷଣ କଣ ? ସିନ୍ଦୂର ବିନ୍ଦୁ, ସର୍ବ୍ବଦାଶୋକ ଜଳରେ କିଏ ନିମଗ୍ନ ? ବିଧବା, ମହାଦେବ ଚନ୍ଦ୍ରବିମ୍ବ କେଉଁଠାରେ ଧାରଣ କରନ୍ତି ? ଲଲାଟରେ । ୧୯ ।

ଯୌବନଂ ଧନ ସମ୍ପତ୍ତିଃ ପ୍ରଭୁତ୍ୱମବିବେକତା

ଏକୈକମପ୍ୟନର୍ଥାୟ କିମୁ ଯତ୍ର ଚତୁଷ୍ଟୟଂ

। ୨୦ ।

ଯୌବନ, ଧନସମ୍ପତ୍ତି, ପ୍ରଭୁତ୍ୱ, ଅବିବେକତା, ଏସମସ୍ତ ଗୋଟିଏ ଗୋଟିଏ ଅନର୍ଥର କାରଣ ଅଟେ କିନ୍ତୁ ଏହି ସମସ୍ତ ଯୁଗପତ୍‌ ଯାହାଠାରେ ଥାଏ ସେଠାରେ ଯେ ଅନର୍ଥ ନ ହେବ ଏ ବିଷୟରେ କଣ କହିବା ।।

ଧନିନଃ ଶ୍ରୋତ୍ରିୟା ରାଜା ନଦୀ ବୈଦ୍ୟସ୍ତୁ ପଞ୍ଚମଃ

ପଞ୍ଚ ଯତ୍ର ନ ବିଦ୍ୟନ୍ତେ ତତ୍ର ବାସଂ ନ କାରୟେତ୍‌

। ୨୧ ।

ଧନୀ, ବେଦବିତ୍‌, ରାଜା, ନଦୀ, ବୈଦ୍ୟ, ଏହି ପାଞ୍ଚଟି କଥା ଯେଉଁ ଦେଶରେ ନାହିଁ ସେ ଦେଶରେ କଦାପି ବାସ କରିବ ନାହିଁ ।।

ଦୁର୍ଜନଃ ପରିହର୍ତ୍ତବ୍ୟୋ ବିଦ୍ୟୟାଳଂକୃତୋଽପିସଃ

ମଣିନା ଭୂଷିତଃ ସର୍ପଃ କିମସୌ ନ ଭୟଂକରଃ

। ୨୨ ।

ଦୁର୍ଜନ ଲୋକ ବିଦ୍ୟାରେ ଅଳଂକୃତ ହେଲେ ସୁଦ୍ଧା ତାହାକୁ ପରିତ୍ୟାଗ କରିବ, ଯେପରି ମଣିରେ ଭୂଷିତ ହୋଇଥାଏ ଯେ ସର୍ପ ସେ କଣ ଭୟଙ୍କର ନୁହେଁ ? । ୨୨ ।

ନାରିକେଳସମାକାରା ଦୃଶ୍ୟନ୍ତେଽପିହିସଜ୍ଜନାଃ

ଅନ୍ୟେ ବଦରିକାକାରା ବହିରେବ ମନୋହରାଃ

। ୨୩ ।

ଯେପରି ନାରିକେଳ ଫଳର ବାହ୍ୟ କଠିନ, ଅନ୍ତଃକରଣ କୋମଳ ସେହିପରି ସଜ୍ଜନମାନଙ୍କର ହୃଦୟ ଅଟେ । କିନ୍ତୁ ଯେପରି ବରକୋଳିର ବାହ୍ୟ ମନୋହର ଓ କୋମଳ, ଭିତର କଠିନ ସେହି ପରି ଦୁର୍ଜନମାନଙ୍କର ହୃଦୟ ଅଟେ । ୨୩ ।

ମନସ୍ୟନ୍ୟଦ୍‌ବଚସ୍ୟନ୍ୟତକର୍ମଣ୍ୟନ୍ୟଦ୍ଦୁରାତ୍ମନାଂ

ମନସ୍ୟେକଂ ବରସ୍ୟେକଂ କର୍ମଣ୍ୟେକଂ ମହାତ୍ମନାଂ

। ୨୪ ।

ଦୁର୍ଜନମାନଙ୍କର ମନରେ ଗୋଟିଏ କଥା, ବଚନରେ ଗୋଟିଏ କଥା, କାର୍ଯ୍ୟରେ ଗୋଟିଏ କଥା, କିନ୍ତୁ ସଜ୍ଜନମାନଙ୍କର ମନରେ ଏକ, ବଚନରେ ଏକ, କାର୍ଯ୍ୟରେ ଏକ କଥା ଅଟେ । ୨୪ ।

ଉତ୍ସବେ ବ୍ୟସନେ ଚୈବ ଦୁର୍ଭିକ୍ଷେ ରାଷ୍ଟ୍ର ବିପ୍ଳବେ

ରାଜଦ୍ୱାରେ ଶ୍ମଶାନେ ଚ ଯସ୍ତିଷ୍ଠତି ସବାନ୍ଧବଃ

। ୨୫ ।

ଯେଉଁ ଲୋକ ଉତ୍ସବରେ, ବ୍ୟସନରେ, ଦୁର୍ଭିକ୍ଷରେ ରାଷ୍ଟ୍ରବିପ୍ଳବରେ, ରାଜଦ୍ୱାରରେ, ଶ୍ମଶାନରେ ସ୍ଥିତ ହୁଏ ସେହି ପରମ ବାନ୍ଧବ ଅଟେ । ୨୫ ।

ହୀୟତେ ହି ମତିସ୍ତାତହୀନୈଃ ସହ ସମାଗମାତ୍‌

ସମୈଶ୍ଚ ସମତାମେତି ବିଶିଷ୍ଟୈଶ୍ଚ ବିଶିଷ୍ଟତାଂ

। ୨୬ ।

ନୀଚଲୋକ ସହିତ ସହବାସ କଲେ ବୁଦ୍ଧି ନୀଚତାକୁ ପ୍ରାପ୍ତହୁଏ, ସମାନ ଲୋକ ସହିତ ବାସକଲେ ମତି ସମତା ପ୍ରାପ୍ତହୁଏ, ଉଚ୍ଚଲୋକ ସହିତ ବାସ କଲେ ବୁଦ୍ଧି ଉଚ୍ଚତା ପ୍ରାପ୍ତ ହୁଏ । ୨୬-

କୋଽର୍ଥଃ ପୁତ୍ରେଣ ଜାତେନ ଯୋ ନ ବିଦ୍ୱାନ୍ମଧାର୍ମିକଃ

କାଣେନ ଚକ୍ଷୁଷା କିମ୍ବା ଚକ୍ଷୁଃପୀଡ଼ୈବ କେବଳଂ

। ୨୭ ।

ଯେଉଁ ପୁତ୍ର ଜାତହୋଇ ବିଦ୍ୱାନ୍‌ ବା ଧାର୍ମିକ ନ ହେଲା ସେ ପୁତ୍ରଦ୍ୱାରା କି ପ୍ରୟୋଜନ, ଯେପରି କଣା ଚକ୍ଷୁଦ୍ୱାରା କିଛି ପ୍ରୟୋଜନ ନାହିଁ କେବଳ ଚକ୍ଷୁଃପୀଡ଼ା ସର୍ବ୍ବଦା ହେଉଥାଏ । ୨୭ ।

କୃପଣସ୍ୟ ଧନଂ ଯାତି ବହ୍ନିତସ୍କରପାର୍ଥିବୈଃ

ନ ଦେବାୟ ନ ବିପ୍ରାୟ ନ ବନ୍ଧୁଭ୍ୟୋ ନଚାତ୍ମନେ

। ୨୮ ।

କୃପଣଲୋକର ଧନ ଅଗ୍ନି, ଚୌର, ରାଜା ଏମାନଙ୍କ ଦ୍ୱାରା ଅପହୃତ ହୁଏ କିନ୍ତୁ ସେ ଧନ ଦେବତା, ବିପ୍ର, ବନ୍ଧୁ, ବା ନିଜ ଯୋଗ୍ୟ ନୁହେଁ । ୨୮ ।

ଅତିଦର୍ପେ ହତା ଲଙ୍କା ଅତିମାନେ ଚ କୌରବାଃ

ଅତିଦାନେ ବଳିର୍ବଦ୍ଧଃ ସର୍ବମତ୍ୟନ୍ତ ଗର୍ହିତଂ

। ୨୯ ।

ଅତ୍ୟନ୍ତ ଗର୍ବରେ ଲଙ୍କା ନଗରୀ ନଷ୍ଟ ହେଲା, ଅତିଶୟ ମାନରେ କୌରବମାନେ ବିନାଶ ପ୍ରାପ୍ତହେଲେ, ଅତି ଦାନରେ ବଳିରାଜା ବନ୍ଧନ ହେଲା, ଅତଏବ ସବୁ କାର୍ଯ୍ୟ ଅତିଶୟ ହେଲେ ଏହିପରି ଗର୍ହିତ ହୁଏ । ୨୯ ।

ଦୁର୍ବଳସ୍ୟ ବଳଂରାଜା ବାଳାନାଂ ରୋଦନଂ ବଳଂ

ବଳଂ ମୂର୍ଖସ୍ୟ ମୌନତ୍ୱଂ ଚୌରାଣାମନୁତଂ ବଳଂ

। ୩୦ ।

ଦୁର୍ବଳ ଲୋକର ରାଜା ବଳ, ବାଳକମାନଙ୍କର ରୋଦନ ବଳ, ମୂର୍ଖ ଲୋକର ମୌନତ୍ୱ ବଳ, ଚୌରମାନଙ୍କର ମିଥ୍ୟା ବଳ ଅଟେ ।।

ନ ଚ ବିଦ୍ୟାସମୋ ବନ୍ଧୁର୍ନ ଚ ବ୍ୟାଧିସମୋ ରିପୁଃ

ନ ଚାପତ୍ୟସମଃ ସ୍ନେହୋ ନ ଚ ଦୈବାତ୍‌ପରଂ ବଳଂ

।।

ଜଗତରେ ବିଦ୍ୟା ବନ୍ଧୁଠାରୁ ଉତ୍କୃଷ୍ଟ ବନ୍ଧୁ ଆଉ ନାହିଁ ସେହିପରି ବ୍ୟାଧି ସମାନ ଶତ୍ରୁ, ପୁତ୍ର ସମାନ ସ୍ନେହ ଓ ଦୈବବଳରୁ ଶ୍ରେଷ୍ଠବଳ ଆଉ ନାହିଁ । ୩୧ ।

ଅସମ୍ଭବଂ ନ ବକ୍ତବ୍ୟଂ ପ୍ରତ୍ୟକ୍ଷଂ ଯଦି ଦୃଶ୍ୟତେ

ଶିଳା ତରତି ପାନୀୟେ ଗୀତଂ ଗାୟତି ବାନରଃ

। ୩୨ ।

ପ୍ରତ୍ୟକ୍ଷରେ ଦେଖିଲେ ସୁଦ୍ଧା ଅସମ୍ଭବ କଥା କଦାପି କହିବ ନାହିଁ । ଯେପରି ଜଳରେ ପଥର ଭାସେ ତାହା ଉପରେ ବାନର ବସି ଗୀତ ବୋଲେ ଏକଥା ସତ୍ୟ ହେଲେ ମଧ୍ୟ ସମସ୍ତେ ଅସମ୍ଭବ ମଣନ୍ତି । ୩୨ ।

ନୃତ୍ୟନ୍ତି ଭୋଜନେ ବିପ୍ରା ମୟୁରା ମେଘଦର୍ଶନେ

ସାଧବ ପରସଂପତ୍ସୁ ଖଳାଃ ପରିବିପତ୍ତିଷୁ

। ୩୩ ।

ବ୍ରାହ୍ମଣମାନେ ଭୋଜନ ପାଇଲେ ନୃତ୍ୟ କରନ୍ତି, ମୟୂରମାନେ ମେଘ ଦେଖି ନୃତ୍ୟ କରନ୍ତି, ସାଧୁମାନେ ପର ସଂପତ୍ତି ଦେଖି ନୃତ୍ୟ କରନ୍ତି, ଦୁର୍ଜନମାନେ ପରବିପତ୍ତି ଦେଖି ନୃତ୍ୟ କରନ୍ତି । ୩୩ ।

କିଂ କରିଷ୍ୟତି ବକ୍ତା ଚ ଶ୍ରୋତା ଯତ୍ର ନ ବିଦ୍ୟୁତେ

ନଗ୍ନକ୍ଷପଣକେ ଦେଶେ ରଜକଃ କିଂ କରିଷ୍ୟତି

। ୩୪ ।

ଯେଉଁ ଦେଶରେ ଶ୍ରୋତା ନାହାନ୍ତି ସେ ଦେଶରେ ବକ୍ତା ଥାଇ କଣ କରିବ । ଆଉ ଯେଉଁ ଦେଶରେ ସମସ୍ତେ ଲଙ୍ଗଳା ଅଟନ୍ତି ସେ ଦେଶରେ ରଜକ ଥାଇ ବା କଣ କରିବ । ୩୪ ।

କୃପୋଦକଂ ବଟଚ୍ଛାୟା ଶ୍ୟାମାସ୍ତ୍ରୀ ଚେଷ୍ଟକାଳୟଂ

ଶୀତକାଳେ ଭବେଦୁଷ୍ଣଂ ଗ୍ରୀଷ୍ମକାଳେ ଚ ଶୀତଳଂ

। ୩୫ ।

କୂପଜଳ, ବଟ ବୃକ୍ଷର ଛାୟା, ଶ୍ୟାମାସ୍ତ୍ରୀ, କୋଠାଘର ଏସବୁ ଶୀତକାଳରେ ଉଷ୍ଣ ହୁଅନ୍ତି ଓ ଗ୍ରୀଷ୍ମକାଳରେ ଶୀତଳ ହୁଅନ୍ତି ।

ନୀଚବଂଶୋଦ୍ଭବୋ ରାଜା ପୁତ୍ରୋ ମୂର୍ଖସ୍ୟ ପଣ୍ଡିତଃ

ନିର୍ଧନୋ ଧନମାପ୍ନୋତି ତୃଣବନୁନ୍ୟତେ ଜଗତ୍‌

। ୩୬ ।

ନୀଚଲୋକ ଯଦି ରାଜା ହୁଏ, ମୂର୍ଖଲୋକର ପୁତ୍ର ଯେବେ ପଣ୍ଡିତ ହୁଏ, ଦରିଦ୍ରଲୋକ ଯଦି ଧନୀ ହୁଏ ତା ହେଲେ ସେ ଜଗତକୁ ତୃଣପରି ମଣେ । ୩୬ ।

ଦୁର୍ଜନଃ ପ୍ରିୟବାଦୀ ଚ ନୈତଦ୍‌ବିଶ୍ୱାସକାରଣଂ

ମଧୁ ତିଷ୍ଠତି ଜିହ୍ୱାଗ୍ରେ ହୃଦି ହାଳାହଳଂ ବିଷଂ

। ୩୭ ।

ଦୁର୍ଜନଲୋକ ପ୍ରିୟ କଥା କହିଲେ ସୁଦ୍ଧା କଦାପି ତାହାକୁ ବିଶ୍ୱାସ କରିବ ନାହିଁ କାରଣ ତାହାର ଜିହ୍ୱାଗ୍ରରେ ମଧୁ ଥାଏ କିନ୍ତୁ ହୃଦୟରେ ହାଳାହଳ ବିଷ ଥାଏ । ୩୭ ।

ରୂପଯୌବନସଂପନ୍ନା ବିଶାଳକୁଳସମ୍ଭବାଃ

ବିଦ୍ୟାହୀନା ନ ଶୋଭନ୍ତେ ନିଗନ୍ଧାଇବ କିଂଶୁକାଃ

। ୩୮ ।

ରୂପ ଆଉ ଯୌବନ ସଂପନ୍ନ ଓ ବିଶାଳ କୁଳ ସମ୍ଭବ ହେଲେ ମଧ୍ୟ ଲୋକ ଯେବେ ବିଦ୍ୟାହୀନ ହୁଏ ତେବେ ସେ ଗନ୍ଧବିହୀନ କିଂଶୁକ (ପଲାଶ) ଫୁଲ ପରି ଶୋଭା ପାଏ ନାହିଁ । ୩୮-

ସର୍ପଃ କ୍ରୂରଃ ଖଳଃ କ୍ରୂରଃ ସର୍ପାତ୍‌କ୍ରୂରତରଃ ଖଳଃ

ମନ୍ତ୍ରୌଷଧିବଶଃ ସର୍ପଃ ଖଳଃ କେନ ନିବାର୍ଯ୍ୟତେ

। ୩୯ ।

ସର୍ପ କ୍ରୂର, ଖଳ ମଧ୍ୟ କ୍ରୂର, କିନ୍ତୁ ସର୍ପଠାରୁ ଖଳ ଅତିଶୟ କ୍ରୂର କାରଣ ସର୍ପକୁ ମନ୍ତ୍ର ବା ଔଷଧିରେ ବଶୀଭୂତ କରାଯାଇ ପାରେ କିନ୍ତୁ ଖଳ କୌଣସି ଉପାୟରେ ବଶୀଭୂତ ହୋଇପାରେ ନାହିଁ ।।

ଅର୍ଥନାଶଂ ମନସ୍ତାପଂ ଗୃହେ ଦୁଶ୍ଚରିତାନି ଚ

ବଞ୍ଚନଂ ଚାପମାନଞ୍ଚ ମତିମାନ୍ନ ପ୍ରକାଶୟେତ୍‌

। ୪୦ ।

ବୁଦ୍ଧିମାନ୍‌ ଲୋକ ଧନନାଶ, ମନର ସନ୍ତାପ, ଗୃହର ଦୁଶ୍ଚରିତ ବଞ୍ଚନ ଓ ଅପମାନ ଏ ସମସ୍ତ କାହାରି ଆଗରେ ପ୍ରକାଶ କରେ ନାହିଁ । ୪୦ ।

କୋକିଳାନାଂ ସ୍ୱରୋ ରୂପଂ ନାରୀ ରୂପଂ ପତିବ୍ରତା

ବିଦ୍ୟା ରୂପଂ କୁରୂପାଣାଂ କ୍ଷମାରୂପଂ ତପସ୍ୱିନାଂ

। ୪୧ ।

କୋକିଳମାନଙ୍କର ସ୍ୱର ରୂପ, ନାରୀମାନଙ୍କର ପତିବ୍ରତାରୂପ କୁରୂପମାନଙ୍କର ବିଦ୍ୟାରୂପ, ତପସ୍ୱିମାନଙ୍କର କ୍ଷମା ରୂପ ଅଟେ । ୪୧ ।

ପୁସ୍ତକସ୍ଥା ତୁ ଯା ବିଦ୍ୟା ପରହସ୍ତଗତଂ ଧନଂ

କାର୍ଯ୍ୟକାଳେ ସମୁତ୍ପନ୍ନେ ନ ସା ବିଦ୍ୟା ନ ତଦ୍ଧନଂ

। ୪୨ ।

ପୁସ୍ତକସ୍ଥିତ ଯେଉଁ ବିଦ୍ୟା, ପରହସ୍ତଗତ ଯେଉଁ ଧନ ସେ ବିଦ୍ୟା ସେ ଧନ କଦାପି କାର୍ଯ୍ୟରେ ଆସନ୍ତି ନାହିଁ । ୪୨ ।

ଅନଭ୍ୟାସେ ବିଷଂ ବିଦ୍ୟାପ୍ୟଜୀର୍ଣ୍ଣେ ଭୋଜନଂ ବିଷଂ

ବିଷଂ ଗୋଷ୍ଠୀ ଦରିଦ୍ରସ୍ୟ ବୃଦ୍ଧସ୍ୟ ତରୁଣୀ ବିଷଂ

। ୪୩ ।

ଅଭ୍ୟାସ ନ କଲେ ବିଦ୍ୟା ବିଷତୁଲ୍ୟ, ଅଜୀର୍ଣ୍ଣରେ ଭୋଜନ ବିଷ ତୁଲ୍ୟ, ଦରିଦ୍ର ଲୋକର କୁଟୁମ୍ବ ବିଷତୁଲ୍ୟ, ବୃଦ୍ଧ ଲୋକର ତରୁଣୀ ବିଷତୁଲ୍ୟ ଅଟେ । ୪୩ ।

ଯସ୍ୟ କ୍ଷେତ୍ରଂ ନଦୀତୀରେ ଭାର୍ଯ୍ୟାଚାପି ପରପ୍ରିୟା

ପୁତ୍ରସ୍ୟ ବିନୟୋ ନାସ୍ତି ମୃତୁରେବ ନ ସଂଶୟଃ

। ୪୪ ।

ଯାହାର ଗୃହ ନଦୀତୀରରେ, ଭାର୍ଯ୍ୟାମଧ୍ୟ ପରପ୍ରିୟା, ଓ ପୁତ୍ରର ବିନୟ ଗୁଣ ନାହିଁ ତାହାର ନିଶ୍ଚୟ ମୃତ୍ୟୁ ହେବ ଏଥିରେ ସନ୍ଦେହ ନାହିଁ । ୪୪ ।

ରୋଗୀ ଚିରପ୍ରବାସୀ ପରାନ୍ନଭୋଜୀ ପରାବସଥଶାୟୀ

ଯଜ୍ଜୀବତି ତନ୍ମରଣଂ ଯନ୍ମରଣଂ ସୋଽସ୍ୟ ବିଶ୍ରାମଃ

। ୪୫ ।

ଯେଉଁ ଲୋକ ରୋଗୀ, ଚିର ପ୍ରବାସୀ, ପରାନ୍ନଭୋଜୀ, ପରଗୃହ ଶାୟୀ ସେ ଲୋକ ପ୍ରାଣ ଧାରଣ କରିବା ଯେ ସେ ମରଣ ତୁଲ୍ୟ ଅତଏବ ମରଣ ତାହାର ବିଶ୍ରାମ ଅଟେ । ୪୫ ।

ଋଣ କର୍ତ୍ତା ପିତା ଶତ୍ରୁ ର୍ମାତା ଚ ବ୍ୟଭିଚାରିଣୀ

ଭାର୍ଯ୍ୟା ରୂପବତୀ ଶତ୍ରୁ ପୁତ୍ରଃ ଶତ୍ରୁଃ କୁପଣ୍ଡିତଃ

। ୪୬ ।

ମନୁଷ୍ୟର ଋଣକାରୀ ପିତା ଶତ୍ରୁ, ବ୍ୟଭିଚାରିଣୀ ମାତା ଶତ୍ରୁ, ରୂପବତୀ ଭାର୍ଯ୍ୟା ଶତ୍ରୁ କୁପଣ୍ଡିତ ପୁତ୍ର ଶତ୍ରୁ ଅଟେ । ୪୬ ।

ବସ୍ତ୍ରହୀନସ୍ତ୍ୱଳଙ୍କାରୋ ଘୃତହୀନଂ ଚ ଭୋଜନଂ

ସ୍ତନହୀନା ଚ ଯା ନାରୀ ବିଦ୍ୟାହୀନଂ ଚ ଜୀବନଂ

। ୪୭ ।

ବସ୍ତ୍ରହୀନ ଅଳଙ୍କାର ଧାରଣ ବୃଥା, ଘୃତହୀନ ଭୋଜନ ବୃଥା, ସ୍ତନହୀନା ନାରୀ ବୃଥା, ବିଦ୍ୟାହୀନ ଜୀବନଧାରଣ ବୃଥା ଅଟେ । ୪୭ ।

ଯସ୍ମିନ୍‌ଦେଶେ ନ ସମ୍ମାନୋ ନ ପ୍ରୀତିର୍ନଚ ବାନ୍ଧବାଃ

ନ ଚ ବିଦ୍ୟାଗମଃ କଶ୍ଚିତ୍ତଂ ଦେଶଂ ପରିବର୍ଜୟେତ୍‌

। ୪୮ ।

ଯେଉଁ ଦେଶରେ ସମ୍ମାନ ନାହିଁ ପ୍ରୀତି ନାହିଁ ବା ବାନ୍ଧବ ନାହାନ୍ତି କି ବିଦ୍ୟାଗମ ନାହିଁ ସେ ଦେଶକୁ ପରିତ୍ୟାଗ କରିବ । ୪୮ ।

ନଖିନାଂ ଚ ନଦୀନାଂ ଚ ଶୃଙ୍ଗିଣାଂ ଶାସ୍ତ୍ରପାଣିନାଂ

ବିଶ୍ୱାସ ନୈବ କର୍ତ୍ତବ୍ୟୋ ସ୍ତ୍ରୀଷୁ ରାଜକୁଳେଷୁ ଚ

। ୪୯ ।

ନଖୀ, ନଦୀ, ଶୃଙ୍ଗି, ଶସ୍ତ୍ରପାଣି, ସ୍ତ୍ରୀ ଓ ରାଜକୁଳ ଏମାନଙ୍କଠାରେ କଦାପି ବିଶ୍ୱାସ କରିବ ନାହିଁ । ୪୯ ।

ପରୋକ୍ଷେ କାର୍ଯ୍ୟହନ୍ତାରଂ ପ୍ରତ୍ୟକ୍ଷେ ପ୍ରିୟବାଦିନଂ

ବର୍ଜୟେତ୍ତାଦୃଶଂ ମିତ୍ରଂ ବିଷକୁମ୍ଭଂ ପୟୋମୁଖଂ

। ୫୦ ।

ପ୍ରତ୍ୟକ୍ଷରେ ପ୍ରିୟବାଦୀ, ପରୋକ୍ଷରେ କାର୍ଯ୍ୟହନ୍ତା ଏପରି ଯେ ପୟୋମୁଖ ବିଷକୁମ୍ଭ ସଦୃଶ ମିତ୍ର ତାହାକୁ ତ୍ୟାଗ କରିବ । ୫୦ ।

କୁଦେଶଂ ଚ କୁବୃତ୍ତିଂ ଚ କୁଭାର୍ଯ୍ୟାଂ କୁନଦୀଂ ତଥା

କୁଦ୍ରବ୍ୟଂ ଚ କୁଭୋଜ୍ୟଂ ଚ ବର୍ଜୟେତ୍ତୁ ବିଚକ୍ଷଣଃ

। ୫୧ ।

ବିଚକ୍ଷଣ ବ୍ୟକ୍ତି କୁଦେଶ, କୁବୃତ୍ତି, କୁଭାର୍ଯ୍ୟା, କୁନଦୀ, କୁଦ୍ରବ୍ୟ, କୁଭୋଜ୍ୟ, ଏମାନଙ୍କୁ ତ୍ୟାଗ କରେ । ୫୧ ।

ଅଦାତା ବଂଶଦୋଷେଣ କର୍ମଦୋଷ ଦ୍ଦରିଦ୍ରତା

ବିଟପୋ ମାତୃଦୋଷେଣ ପିତୃଦୋଷେଣ ମୂର୍ଖତା

। ୫୨ ।

ମନୁଷ୍ୟ ବଂଶ ଦୋଷରୁ ଅଦାତା, କର୍ମ ଦୋଷରୁ ଦରିଦ୍ରତା, ମାତୃଦୋଷରୁ ବିଟପ, ପିତୃଦୋଷରୁ ମୂର୍ଖ ହୁଏ । ୫୨ ।

ପାଦପାନାଂ ଭୟଂ ବାତାତ୍‌ ପଦ୍ମାନାଂ ଶିଶିରାଭୟଂ

ପର୍ବ୍ବତାନାଂ ଭୟଂ ବଜ୍ରାତ୍‌ ସାଧୁନାଂ ଦୁର୍ଜନାଭୟଂ

। ୫୩ ।

ବୃକ୍ଷମାନଙ୍କର ବାୟୁଠାରୁ ଭୟ, ପଦ୍ମମାନଙ୍କର ଶିଶିରଠାରୁ ଭୟ, ପର୍ବ୍ବତମାନଙ୍କର ବଜ୍ରଠାରୁ ଭୟ, ସାଧୁମାନଙ୍କର ଦୁର୍ଜନଠାରୁ ଭୟ ହୁଏ । ୫୩ ।

ଯସ୍ୟ ନାସ୍ତିସ୍ୱୟଂ ପ୍ରଜ୍ଞା ଶାସ୍ତ୍ରଂ ତସ୍ୟ କରୋତି କିଂ

ଲୋଚନାଭ୍ୟାଂ ବିହୀନସ୍ୟ ଦର୍ପଣଃ କିଂ କରିଷ୍ୟତି

। ୫୪ ।

ଯାହାର ପ୍ରଜ୍ଞା ନାହିଁ ତାହାର ଶାସ୍ତ୍ରଦ୍ୱାରା ବା କି ପ୍ରୟୋଜନ, ଯାହାର ଲୋଚନ ନାହିଁ ତାହାର ଦର୍ପଣଦ୍ୱାରା ବା କି ପ୍ରୟୋଜନ ।।

ବରଂ ପ୍ରାଣ ପରିତ୍ୟାଗୋ ମାନଭଙ୍ଗେନ ଜୀବନାତ୍‌

ପ୍ରାଣତ୍ୟାଗେ କ୍ଷଣଂ ଦୁଃଖଂ ମାନଭଙ୍ଗେ ଦିନେ

।।

ମାନଭଙ୍ଗ ଜୀବନଧାରଣଠାରୁ ପ୍ରାଣତ୍ୟାଗ ଭଲ, କାରଣ ପ୍ରାଣତ୍ୟାଗରେ କ୍ଷଣକାଳ ଦୁଃଖ ହୁଏ କିନ୍ତୁ ମାନଭଙ୍ଗରେ ଦିନେ ଦୁଃଖ ହୁଏ । ୫୫ ।

ତକ୍ଷକସ୍ୟ ବିଷଂ ଦନ୍ତେ ମକ୍ଷିକାୟା ବିଷଂ ଶିରଃ

ବୃଶ୍ଚିକସ୍ୟ ବିଷଂ ପୁଚ୍ଛେ ସର୍ବ୍ବାଙ୍ଗେ ଦୁର୍ଜନୋବିଷଂ

। ୫୬ ।

ତକ୍ଷକର ବିଷ ଦନ୍ତରେ, ମକ୍ଷିକାର ବିଷ ଶିରରେ, ବୃଶ୍ଚିକର ପୁଚ୍ଛରେ ଥାଏ, କିନ୍ତୁ ଦୁର୍ଜନର ବିଷ ସର୍ବ୍ବାଙ୍ଗରେ ଥାଏ । ୫୬ ।

ସମାପ୍ତୋଽୟଂ

ଗ୍ରନ୍ଥଃ